ସୋନପୁର/ ଓମ ପ୍ରକାଶ ମିଶ୍ର: ମଞ୍ଚ ନାଟକ ତଥା ଲୋକନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ନାଟ୍ୟଶ୍ରୀ ଗଦାଧର ବାରିକଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଖରା ସିନେମାରେ ବଳିଷ୍ଠ ଅଭିନୟ ପାଇଁ ଗଦାଧରଙ୍କୁ ୨୦୨୨ ପାଇଁ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ପୁରସ୍କାର ମିଳିଛି। ରବିବାର ଭୁବନେଶ୍ଵରରେ ଆୟୋଜିତ ବଣ୍ଡାଜ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ସେ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗଦାଧର ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମ୍ମାନ ସିନେମା ଏବଂ ନାଟକ ଜଗତରେ ଅଧିକ ପ୍ରେରଣା ମିଳିଛି ବୋଲି ଗଦାଧର କହିଛନ୍ତି। ତେବେ ଯେକୌଣସି କ୍ଷେତ୍ରରେ କାମ କଲାବେଳେ ପ୍ରତିବଦ୍ଧତା ରହିବା କଥା ଏବଂ ମନପ୍ରାଣ ଦେଇ ଭଲ କରିବାକୁ ଚେଷ୍ଟା କରିବା କଥା ବୋଲି କହିଛନ୍ତି। ସୁବର୍ଣ୍ଣପୁରର ଅଭିନୟ ଜଗତରେ ନାଟ୍ୟଶ୍ରୀ ଗଦାଧର ବାରିକ ଏକ ଅତି ପରିଚିତ ନାମ ହୋଇଥିବାରୁ ତାଙ୍କ ପୁରସ୍କାର ଗ୍ରହଣ ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି I ମହାନଦୀ ସାହିତ୍ୟ ସଂସଦ, ପଏଁରୀ, ନାଟ୍ୟଚକ୍ର ଆଦି ଅନୁଷ୍ଠାନ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।