ପୁଣି ଫେରିବେ ନର୍ଗିସ

 ମୁମ୍ବାଇ;ଦୀର୍ଘଦିନ ଧରି ବଲିଉଡରୁ ଦୂରେଇ  ଥିଲେ ଅଭିନେତ୍ରୀ ନର୍ଗିସ ଫଖରୀ। ଏହି ସମୟରେ କେବଳ ଲୋକ ନୁହଁନ୍ତି, ନିର୍ମାତାମାନେ ମଧ୍ୟ ବିରତି ନେଉଥିବା ହିରୋଇମାନଙ୍କୁ ଭୁଲିଯାଆନ୍ତି । ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାରେ ନିଜର ଅଭିନୟ ଦେଖାଇବେ। କିନ୍ତୁ ତାହା ବଲିଉଡରୁ ନୁହେଁ ବରଂ ସାଉଥରେ ।  ସେ ଆଗାମୀ ଦିନରେ ପୱନ କଲ୍ୟାଣଙ୍କ ବିପକ୍ଷରେ ତେଲୁଗୁ ଫିଲ୍ମରେ ନର୍ଗିସ୍ଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ଅଛନ୍ତି।୨୦୧୧ରେ ନର୍ଗିସ୍ ରଣବୀର କପୁରଙ୍କ ବିପକ୍ଷରେ ରକଷ୍ଟାର ସହିତ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କର ତିନୋଟି ଫିଲ୍ମ ଆସିଥିଲା, ତା ପରେ ସେ ପୁରାପୁରି ଗାଏବ ହୋଇ ଯାଇଥିଲେ। ଅନ୍ୟପଟେ ନର୍ଗିସ୍ କିକ୍, ଢିସୁମ୍ , ଫଟା ପୋଷ୍ଟର ସେ ନିକଲା ହିରୋ , ଅଜହର ଭଳି ଫିଲ୍ମରେ କାମ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କି ନର୍ଗିସ୍ ବଲିଉଡରେ ପୁଣି ଥରେ ତାଙ୍କର ନୂଆ ପ୍ରୋଜେକ୍ଟରେ ପାଦ ରଖିବେ କି ନାହିଁ ।