ନନ୍ଦନକାନନରେ ୨ ଜଣ କର୍ମଚାରୀ କରୋନା ପଜିଟିଭ୍‌

ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

(ଭୁବନେଶ୍ୱର) : ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନେ ଗୃହ ସଙ୍ଗରୋଧରେ ଅଛନ୍ତି । ଯେହେତୁ ସେମାନେ ନନ୍ଦନକାନନରେ କାର୍ଯ୍ୟରତ ଥିଲେ, ତେଣୁ ଅଗ୍ନିଶମ ବିଭାଗ ଦ୍ୱାରା ପ୍ରାଣୀ ଉଦ୍ୟାନକୁ ବିଶୋଧନ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଟକଣା କଡାକଡି କରାଯାଇଥିଲା । କିଛି ଦିନ ତଳେ ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ଜଣେ ସଂକ୍ରମିତ ହୋଇଥିଲା ବେଳେ ଏବେ ପ୍ରାଣୀ ଉଦ୍ୟାନର କର୍ମଚାରୀ ସଂକ୍ରମିତ ହେବା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି ।