ୱେବ୍ ସିରିଜ୍ ‘ଆଶ୍ରମ’ ମାଧ୍ୟମରେ ଲେଉଟିବେ ନାନା ପାଟେକର
ବଲିଉଡରେ ନାନା ପାଟେକରଙ୍କୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି ।
(ମୁମ୍ବାଇ) : ବଲିଉଡରେ ନାନା ପାଟେକରଙ୍କୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି । ତେବେ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ ମାଧ୍ୟମରେ ସେ ଫେରିବ ବୋଲି ଆକଳନ ଚାଲିଛି । ତେବେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ସଠିକ୍ ସୂଚନା ସାମ୍ନାକୁ ଆସୁନଥିଲା। ବର୍ତ୍ତମାନ ନାନା ପାଟେକର ନିଜ ନିଜ କମ୍ବ୍ୟାକ୍ ପ୍ରୋଜେକ୍ଟକୁ ନେଇ ମୁଁହ ଖୋଲିଛନ୍ତି। ସେ କହିଛନ୍ତି, ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।
ନାନା ପାଟେକର ନିଜେ ଏହି ପ୍ରୋଜେକ୍ଟ ବିଷୟରେ କହିଛନ୍ତି, ହଁ ମୁଁ ସେହି ଫିଲ୍ମ କରୁଛି। ଲାଲ ବତୀ ଏପରି ଏକ ୱେବ୍ ସିରିଜ୍ ଯାହା ରାଜନୀତିର ଅନ୍ଧକାର ପୃଷ୍ଠାଗୁଡ଼ିକୁ ଆଲୋକ କରିବ। ଏହି ସିରିଜରେ ନାନା ପାଟେକର ଜଣେ ରାଜନେତା ଭୂମିକାରେ ନଜର ଆସିବେ।
ତେବେଏହି ୱେବ୍ ସିରିଜ୍ ଆଶ୍ରମ ନୁହେଁ ବରଂ ଲାଲ୍ ବତୀ ହେବ। ଲାଲ ବତୀ ଏକ ସାମାଜିକ ରାଜନୈତିକ ୱେବ୍ ସିରିଜ୍ ହେବ। ଏହି ସିରିଜ୍ ମାଧ୍ୟମରେ ନାନା ପାଟେକର ଏବଂ ପ୍ରକାଶ ଝା ପୁଣି ଥରେ ଏକାଠି କାମ କରିବେ। ଏହାପୂର୍ବରୁ ଦୁହେଁ ଫିଲ୍ମ ‘ରଜନୀତି’ରେ ଏକାଠି କାମ କରିଥିଲେ।