ନବରଙ୍ଗପୁର(ଟୁକୁନା ଖୁରା)-ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଯୋହନ ବାର୍ଲାଙ୍କୁ ସାକ୍ଷାତ କରି ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ ସଦସ୍ୟ । ଓଡ଼ିଶାରେ ଜମି ପଟ୍ଟାରେ ଜାତିକୁ ଖ୍ରୀଷ୍ଟିଆନ ଲେଖାଯାଉଛି ତେଣୁ ତାହାକୁ ପରିବର୍ତ୍ତନ କରି ଧର୍ମ ଖ୍ରୀଷ୍ଟିଆନ ଲେଖାଯାଉ,ଓଡ଼ିଶାରେ ଗୋଟିଏ ସଂଖ୍ୟାଲଘୁ ବୋର୍ଡ ଗଠନ କରାଯାଉ,ତେନ୍ତୁଳିଖୁଣ୍ଟି ବ୍ଲକରେ ସଂଖ୍ୟାଲଘୁ ହଷ୍ଟେଲ ଅଛି କିନ୍ତୁ ଏହା ବର୍ତ୍ତମାନ ବନ୍ଦ ଅଛି ତେଣୁ ଏହାକୁ ପୁନର୍ବାର ଚାଲୁ କରାଯାଉ,ଜିଲ୍ଲାରେ ୧୨ଟି କମ୍ୟୁନିଟି ହୋଲ ଦିଆଯାଉ ଏବଂ ନବରଙ୍ଗପୁର ରେ ବୃଦ୍ଧ ଓ ବୃଦ୍ଧା ଆଶ୍ରମ ଗଠନ କରାଯାଉ ଏପରି ୫ଦଫା ଦାବିପତ୍ର ଦେଇଥିଲେ।ଖ୍ରୀଷ୍ଟିଆନ ଲୋକମାନଙ୍କ ଅନେକ ଅସୁବିଧା ଥିବା ବେଳେ ଏହାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।ଏହି ସମୟରେ ପରିଷଦର ସଭାପତି ସୁଧୀର ପାତ୍ର, ସମ୍ପାଦକ ଗୌରବ କାଉରୀ, କଷାଧ୍ୟକ୍ଷ ୟୁରିୟ ଭତ୍ରା, ଜିଲାପରିଷଦ ସଭ୍ୟ, ଦିବ୍ୟଦାନ ସୁନା,ଟୁକୁନା ଖୁରା,ବାବୁଲି ଗଣ୍ଡ,ଦୟାନିଧି ସୁନା, ନେହେମିୟା ବର୍ଦ୍ଧନ, ବିରାଜ କନ୍ଧପାନ, କିଶୋର ହିଆଲ,ଉଲ୍ଲାସ କର, ଆନନ୍ଦ କର, ହର୍ଷାନନ୍ଦ କୁଶ ପ୍ରମୁଖ ଉପସ୍ଥିତ ଥିଲେ।