(ମମତା ସାମଲ)ରିପୋର୍ଟସଟୁଡେ:ଭାରତବର୍ଷରେ ଅନେକ ବିଶ୍ୱାସ ଓ ପରମ୍ପରା ରହିଛି । ଏଥିପାଇଁ ଭାରତରେ ଅନେକ ପ୍ରକାର ମନ୍ଦିର ରହିଛି । ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାର ନିଧିବନ ବିଷୟରେ ମଧ୍ୟ ଏମିତି କିଛି ବିଶ୍ୱାସ ରହିଛି । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ଛାଡି ମଥୁରା ଯାଉଥିଲେ ସେତେବେଳେ ରାଧା ଶ୍ରୀକୃଷ୍ଣଙ୍କ ସ୍ମୃତିରେ ଦିନ ରାତି କାନ୍ଦି କାନ୍ଦି ଏହି ନିଧିବନରେ ପ୍ରାଣ ତ୍ୟାଗ କରିଥିଲେ । ରାଧା ଶ୍ରୀକୃଷ୍ଣଙ୍କୁ ପ୍ରେମ କରୁଥିଲେ ।
ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିଦିନ ଅଦୃଶ୍ୟ ରୂପରେ ଏହି ବନକୁ ଆସୁଥିଲେ । ଭଗବାନ ଶ୍ରୀକୃଷ୍ଣ ଆଜି ମଧ୍ୟ ଏଠାରେ ଅବସ୍ଥିତ ମନ୍ଦିରକୁ ଆସନ୍ତି ଏବଂ ଗୋପିଙ୍କ ସହ ରାସ ଲିଳା କରନ୍ତି ବୋଲି ସେଠାକାର ଲୋକେ ବିଶ୍ୱାସ କରନ୍ତି ।

ନିଧିବନରେ ଏମିତି ଅନେକ ବୃକ୍ଷ ରହିଛି ଯାହା ପାଣି ବିନା ମଧ୍ୟ ବଞ୍ଚିଛି । ଏହି ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ମଧ୍ୟ ରହିଛି ।
ସେଠାକାର ଲୋକେ ବିଶ୍ୱାସ କରନ୍ତି ଯେ, ରାତିରେ ଏହି ସବୁ ବୃକ୍ଷ ଗୋପିଙ୍କ ରୂପ ନିଅନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାସ ଲିଳା କରନ୍ତି । ଏହି ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ଚମତ୍କାରୀ ଶକ୍ତି ରହିଛି ।
ଏହି ଶକ୍ତି ବିଷୟରେ ଜାଣିବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକେ ଏଠାକୁ ଆସିଥାନ୍ତି ।ଏହି ବନରେ ଅନେକ ବୈଜ୍ଞାନିକ ରିସଚ୍ଚ କରିଛନ୍ତି । କିନ୍ତୁ ଏହି ବନର ସତ୍ୟ ଆଜି ଯାଏଁ କେହି ଜାଣିପାରିଲେ ନାହିଁ । ନିଧିବନକୁ ରାତ୍ରି କାଳରେ ଖାଲି କରିଦିଆଯାଏ । କାରଣ ରାତିରେ ମନ୍ଦରରେ ଦିବ୍ୟ ଶକ୍ତି ଭ୍ରମଣ କରୁଥିବାର ପ୍ରମାଣ ମିଳିଛି । ଦିବ୍ୟ ଶକ୍ତି ମନୁଷ୍ୟ ପାଇଁ ହାନିକାରକ ବୋଲି କୁହାଯାଏ ।