କିନ୍ନରଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି

(ସମ୍ବଲପୁର) : କିନ୍ନର ଜଣଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ନର ଜଣକ କଦମପଡାର ହୋଇଥିବା ବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡିଛି। ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ , ବୁଧବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।