କରୋନାର କରାଳ ରୂପ , ଗୋଟିଏ ମାସରେ ଉଭୟ ଭାଇ-ଭଉଣୀଙ୍କୁ ହରାଇଲେ ମୁକେଶ ଖାନ୍ନ
ଦେଶରେ କାରଣ ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଙ୍କ ପରିବାର ମଧ୍ୟ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି
(ଦିଲ୍ଲୀ) : ଦେଶରେ କାରଣ ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଙ୍କ ପରିବାର ମଧ୍ୟ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ଏହି କ୍ରମରେ ଅଭିନେତା ମୁକେଶ ଖାନ୍ନା ୨୦୨୧କୁ କେବେ ଭୁଲି ପାରିବେ ନାହିଁ। ଗୋଟିଏ ମାସରେ ଉଭୟ ଭାଇ-ଭଉଣୀଙ୍କୁ ହରାଇଲେ ମୁକେଶ ଖାନ୍ନ। ବଡ ଭଉଣୀ କମଲ କପୁର କିଛି ଦିନ ତଳେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୋଭିଡ -୧୯ ରୁ ସୁସ୍ଥ ହେବା ପରେ ଛାତି ଜନିତ ସମସ୍ୟା ସହ ମୁକାବିଲା କରିବା ପରେ ବି ବେଶି ଦିନ ବଞ୍ଚିପାରିଲେନି କମଲ ଏଥି ସହିତ ବଡ ଭାଇ ସତୀଶ ଖାନ୍ନା କରୋନାଙ୍କୁ ମାତ୍ ଦେବାର ଗୋଟିଏ ସପ୍ତାହ ପରେ ତାଙ୍କର ଦେହାନ୍ତ ହୋଇଛି। ଗୋଟିଏ ମାସରେ ବଡ଼ ଭାଇ ଓ ଭଉଣୀଙ୍କୁ ହରାଇବା ପରେ ମୁକେଶ ଖାନ୍ନା ବହୁତ ଭାଙ୍ଗି ପଡିଛନ୍ତି ।
ମୁକେଶ ଖାନ୍ନା ଏକ ସାକ୍ଷାତକାରରେ କହିଛନ୍ତି, ‘ ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ନିଜର ଲୋକଙ୍କୁ ଆମଠାରୁ ଛଡ଼ାଇ ନେଇଯାଉଛି। ଗୋଟିଏ ମାସ ମଧ୍ୟରେ ମୁଁ ଉଭୟ ଭାଇ ଏବଂ ଭଉଣୀଙ୍କୁ ହରାଇଛି । ଏହା ଏକ କଷ୍ଟଦାୟକ ସମୟ ଏବଂ ଏଭଳି ପରିସ୍ଥିତିରେ ଲୋକମାନେ ଗତ କିଛି ଦିନ ତଳେ ମୋର ମୃତ୍ୟୁ ବିଷୟରେ ଗୁଜବ ପ୍ରଚାର କରୁଥିଲେ। କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୁଁ ଭାବୁଛି ଆମ ସମସ୍ତେ କେବଳ ସତର୍କତା ଅବଲମ୍ବନ କରିବା