କାରରୁ ଏକ ମୃତ ଦେହ ଉଦ୍ଧାର

ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ପୋଖରୀରୁ କାର ସହିତ ଏକ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।

(କେଉଁଝର) : ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ପୋଖରୀରୁ କାର ସହିତ ଏକ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜାମୁଡିହା ଗାଁ ପୋଖରିରେ ଘଟିଛି ଏହିଭଳି ଅଭାବନୀୟ ଘଟଣା ।

ସୂଚନାନୁସାରେ, କେନ୍ଦୁଝର ଶୁଆକାଟୀ ଫାଣ୍ଡିର ଜାମୁଡିହା ଗାଁ ପୋଖରିରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଲା ଅଲଟୋ କାର । ଅଗ୍ନୀଶମ ବାହିନୀ ପୋଖରୀରୁ କାର ସହ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛି । କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର କଡରେଥିବା ଜାମୁଡିହା ଗାଁ ପୋଖରୀରେ ଏକ କାର ଭାସୁଥିବାର ଆଜି ସକାଳେ ଗାଁ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।