ନଦୀରେ ଭାସୁଛି ମୃତ ଦେହ , ପୋଲିସର ତନାଘନା

ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଗିରିଗାଁ ଘାଟ ନିକଟ ନଦୀ ରେ ଜଣେ ମହିଳା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।

(ଆନନ୍ଦପୁର) : ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଗିରିଗାଁ ଘାଟ ନିକଟ ନଦୀ ରେ ଜଣେ ମହିଳା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇବା ପରେ ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚିଛି ।

ସୂଚନାନୁଯାୟୀ ,ନଦୀରେ ଏକ ମୃତଦେହ ଭାସୁଥିବା ଲୋକମାନେ ଦେଖିଥିଲେ। ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ମୃତା ମହିଳା ଙ୍କ ମୁହଁ କଳା ପଡିଯାଇଛି। ଏଥିସହ ମୁହଁ ରେ ଆଘାତ ଲାଗିଥିବା ସଦେହ ହୋଇଛି । ତେବେ ସଂପୃକ୍ତା ମହିଳାଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହ ଉଦ୍ଧାର ପ୍ରକ୍ରିୟା ପୋଲିସ୍ ଆରମ୍ଭ କରିଛି ।