ପାରଳାଖେମୁଣ୍ଡି ଠାରେ ନୂତନ ଟ୍ରାଫିକ ପୋଷ୍ଟ ଉଦଘାଟନ କରିଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ

ଗଜପତି / ବିବେକାନନ୍ଦ ବେହେରା : ସଡକ ସୁରକ୍ଷା ନେଇ ସଚେତନ ହେଉଛନ୍ତି ସରକାର  । ଆଉ ଜନ ସାଧରଣଙ୍କୁ ସଚେତନତା କରାଇବା ପାଇଁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଏଥିପାଇଁ ବୃଦ୍ଧି ପାଉଛି ଟ୍ରାଫିକ ପୋଷ୍ଟ । ସେହିପରି ଆଜି  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ସ୍ଥିତ ରାଜନଗର ଠାରେ  ଆଉ ଏକ ନୂତନ ଟ୍ରାଫିକ ପୋଷ୍ଟ ର ଶୁଭ ଉଦଘାଟନ କରିଛନ୍ତି  ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପାଣିଗ୍ରାହୀ । ଏହି ଶୁଭ ଉଦଘାଟନ ଉତ୍ସବରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ଏଥି ସହ ଜିଲ୍ଲାପାଳ ବିଜୟ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗଜପତି ଜିଲ୍ଲାପାଳ, ଗ୍ଦୟକ୍ଟ୍ରକ୍ଟ  ମାଧବ ନନ୍ଦ ନାୟକ,   ଥାନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ତେବେ  ସହର ଟ୍ରାଫିକ  ବେବସ୍ଥାକୁ   ଶୁପରିଚାଳନା କରିବା ପାଇଁ ପଦକ୍ଷେପ ନିଆଯାଇଛି ।