ଟାଙ୍ଗୀ/ ରାକେଶ ଜଗଦେବ: ମା’ ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଖୋର୍ଦ୍ଧା ଜିଲ୍ଲା ମୁଳିଝର ଗଡର ନିକଟରେ ପୂଜା ପାଉଛନ୍ତି ମା’ ଉଗ୍ରତାରା । ଏବେ ମା’ଙ୍କ ଚାଲିଛି ନବରାତ୍ର ପୂଜା । କୁହାଯାଏ ଏହି ସମୟରୋ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ । ମାଙ୍କ ଏହି ନବରାତ୍ର ପୂଜା ଚାଲି ଥିବା ସମୟରେ ମା’ ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସମନ୍ତ । ସେ ଆଜି ସକାଳୁ ମା ଙ୍କୁ ଦର୍ଶନକରି ସମାଜର କଲ୍ୟାଣ ନିମନ୍ତେ କୃପା ଭିକ୍ଷା କରିଛନ୍ତି ବୋଲି କହିଛନ୍ତି । ଏହା ସହ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେବାୟତ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।