ଗୁଣାତ୍ମକ ମାନ ବୃଦ୍ଧି ଲକ୍ଷ୍ୟରେ ଏମଓୟୁ ସ୍ୱାକ୍ଷର

0

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି ସହ ଆନୁଷଙ୍ଗିକ ଫଳାଫଳ ଲାଭ ଲକ୍ଷ୍ୟ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ୧୦୧ଟି ଡିଗ୍ରୀ କଲେଜରେ ସ୍ମାର୍ଟ ଓ ଭର୍ଚୁଆଲ ଶ୍ରେଣୀଗୃହ ପ୍ରସ୍ତୁତି ନେଇ ଉଚ୍ଚ ଶିକ୍ଷା ବିଭାଗ ଓ ଡିପାର୍ଟମେଣ୍ଟ ଅଫ ଟେଲି କମୁନିକେସନ ମନ୍ତ୍ରଣାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହା ବ୍ୟତୀତ ଧ୍ୟେୟ ଶିକ୍ଷା ସେବା ମଧ୍ୟରେ ଆଊଉ ଏକ ଏମଓୟୁ ସ୍ୱାକ୍ଷର ହୋଇଛି ।