(ମୁତ୍ୟୃଞ୍ଜୟ ରାଉତ / ରିପୋର୍ଟ ଟୁଡ଼େ ) : ସାରାଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍। ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ନୂଆ ଆଇନରେ ଟ୍ରାଫିକ୍ ନିୟମକୁ କଡ଼ାକଡି କରାଯାଇଛି। ନୂଆକରି ଆରମ୍ଭ ହୋଇଥିବା ଏହି ମୋଟର ଯାନ ଆଇନରେ ଟ୍ରାଫିକ୍ ନିୟମ ଅବମାନନାକାରୀଙ୍କୁ ଦେବାକୁ ପଡୁଛି ମୋଟାଅଙ୍କର ଅର୍ଥରାଶି। ମୁଖ୍ୟତଃ ହେଲମେଟ ନପିନ୍ଧିଲେ, ଡ୍ରାଇଭ୍ ଲାଇସେନ୍ସ ନଥିଲେ କିମ୍ବା ଗାଡ଼ିର କାଗଜପତ୍ର ନଥିଲେ ଡ୍ରାଇଭରଙ୍କୁ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜୋରିମାନା। କିନ୍ତୁ ଏହି ଆଇନକୁ ଜନସାଧାରଣ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବିଶେଷ କରି ଜରିମାନା କାଟ କୁ ନେଇ । ତେଣୁ କରି ଜରିମାନ କୋହଳ କରିବାକୁ ନେଇ ଆଜି ବାଣିଜ୍ୟ ପରିବହନ ବିଭାଗର ସଚିବ ଜି . ଶ୍ରୀନିବାସ ସୂଚନା ଦେଇଛନ୍ତି ।