(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସରକାର ଗରିବଙ୍କ ପାଇଁ ମାଗଣା ଟଙ୍କିକିଆ ଚାଉଳ ଯୋଗାଇ ଦେବା ସହ ଅନ୍ୟାନ୍ୟ ଭତ୍ତା ଓ ସୁବିଧା ସୁଯୋଗ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଆର୍ଥିକ ଅନଟନରେ ଅତିଷ୍ଠ ଗରିବ ଲୋକେ ଅନୋନ୍ୟପାୟ ହୋଇ ବିଭିନ୍ନ ସମୟରେ ଆତ୍ମହତ୍ୟା କରୁଛନ୍ତି । ଏପରି ଏକ ଘଟଣା ମାଲକାନଗିରି ତାନା ଗୋଡଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ବିଧବା ମା ତାର ଦୁଇ ଶିଶୁଙ୍କୁ ବିଷ ଦେଇ ଆତ୍ୟହତ୍ୟା କରିଛି ।
ସୂଚନା ଅନୁଯାୟୀ, ଗୋଡଗୁଡା ଗ୍ରାମରେ ଜଣେ ବିଧବା ଗରିବ ମହିଳା ରହିଆସୁଥିଲେ । ତାଙ୍କ ସ୍ୱାମୀଙ୍କର ୨ ମାସ ତଳେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ତାଙ୍କ ଝିଅ (୫) ଓ ପୁଅ(୪)କୁ ନେଇ ବହୁ କ୍ମୃରେ ଜୀବନ ଅତିବାହିତ କରୁଥିଲେ । ପରର କାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ତିନିପ୍ରାଣୀ କୁଟୁମ୍ବ ଚଳାଇବା ମହିଳାଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା । ଶେଷରେ ମହିଳା ଅତିଷ୍ଠ ହୋଇପଡିଥିଲେ ଅଭାବ ଅନଟନକୁ ନେଇ ଓ ନିଜ ଦୁଇ ଶିଶୁଙ୍କୁ ବିଷ ଦେଇ ସେ ମଧ୍ୟ ବିଷ ପାନ କରିଥିଲେ । ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଏହାର ତଦନ୍ତ ଚଳାଉଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରଙ୍କ ଯୋଜନାର ସୁବିଧା କଣ ଏହି ଗରିବ ପରିବାର ପାଉନଥିଲା?