ସକାଳ ସମୟକୁ ଶୁଭ କରିବାର ମନ୍ତ୍ର

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସକାଳୁ ଆମେ ଏମିତି ଅନେକ ଜିନିଷ କରିଥାଉ ଯାହାର ପ୍ରଭାବ ପୂରା ଦିନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେ ଭୁଲ..
୧. କିଛି ଲୋକ ସକାଳୁ ଉଠି ପ୍ରଥମେ ଆଇନା ଦେଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଦିନସାରା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡେ । ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ୍‌ ନୁହେଁ ।
୨. ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ । ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟିବ ।
୩. ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
୪. ସକାଳୁ ଯଦି ଆପଣ ନଡ଼ିଆ, ଶଙ୍ଖ, ମୟୂର, ଫୁଲ ଆଦି ଦେଖନ୍ତି ତେବେ ଏହା ଶୁଭ ଲକ୍ଷଣ ବୋଲି ଭାବନ୍ତୁ । ଏହି ଦିନ ଆପଣ ଯାହା ବି କାମ କରିବେ ସବୁଥିରେ ସଫଳତା ମିଳିବ ।
୫. ସକାଳୁ କିଛି କାମରେ ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
୬. ସକାଳର ଜଳଖିଆ କରିବା ବେଳେ କେବେ ବି କୌଣସି ପଶୁର ନାଁ ପାଟିରେ ଧରନ୍ତୁ ନାହିଁ । ଏପରି କଲେ ଦିନଟି ଭଲରେ କଟେ ନାହିଁ ।
୭. ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।