କେରଳରେ ‘ମଙ୍କି ଫିଭର’ ସଂକ୍ରମିତ ଚିନ୍ହଟ

ଦେଶରୁ ଗୋଟିଏ ପଟେ କରୋନା ଭାଇରସର ବିପଦ ଟଳିନଥିବା ବେଳେ କେରଳରେ ‘ମଙ୍କି ଫିଭର’ ନାମକ ଭୁତାଣୁ ପାଦ ଥାପିଛି ।

(ଦିଲ୍ଲୀ) : ଦେଶରୁ ଗୋଟିଏ ପଟେ କରୋନା ଭାଇରସର ବିପଦ ଟଳିନଥିବା ବେଳେ କେରଳରେ ‘ମଙ୍କି ଫିଭର’ ନାମକ ଭୁତାଣୁ ପାଦ ଥାପିଛି । ରାଜ୍ୟର ୱାୟାନାଡ ଜିଲ୍ଲାରେ ଜଣେ ୨୪ ବର୍ଷ ବୟସ୍କ ଯୁବକ ଏହି ରୋଗରେ ପୀଡିତ ଥିବା ଜଣାପଡିଛନ୍ତି। ହାର୍ଡ ଟିକ୍ସ କେଏଫଡି ଭାଇରସ୍‌ର ଭଣ୍ଡାର ଭଳି ହୋଇଥାଏ ଓ ଥରେ ସଂକ୍ରମିତହେବାପରେ ଏହା ଜୀବନ ସାରା ରହିଥାଏ। ଏହା କୌଣସି ସଂକ୍ରମିତ ପଶୁର ସମ୍ପର୍କରେ ଆସିବା କିମ୍ବା ଟିଙ୍କ କାମୁଡିବାରୁ ହୋଇପାରେ ବୋଲି ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ , ସ୍ବାସ୍ଥ୍ୟ ଅଧିକାରୀମାନେ ପୂର୍ବରୁ ହିଁ ସିଜନାଲ ଫିଭରକୁ ନେଇ ଆର୍ଲଟ ଜାରି କରିଥିଲେ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଆହ୍ବାନ କରିଥିଲେ। ସେ କହିଛନ୍ତି ‘ମଙ୍କି ଫିଭର’ ରେ ପୀଡିତ ଯୁବକଙ୍କୁ ମନନ୍ଥବାଡି ଚିକିତ୍ସା ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଛି ଓ ସେ ଡାକ୍ତରଙ୍କ ଚିକିତ୍ସାରେ ଅଛନ୍ତି। ରୋଗୀର ସ୍ଥିତି ଏବେ ଭଲ ଅଛି ।