ସମ୍ବଲପୁର : ସମ୍ବଲପୁର ଠାରେ ଓଓଗ କାର୍ଯ୍ୟକ୍ରମ ର ଶିଳାନ୍ୟାସ ପରେ ଧର୍ମେନ୍ଦ୍ର ଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଦେଶ ବାସୀ ଙ୍କ ପାଖରେ ଗ୍ୟାସ କନେସ୍କନ ପହଞ୍ଚାଇବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରଶଂସା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ର ୬୦ ବର୍ଷ ପରେ ୨୦୧୪ ସୁଦ୍ଧା ମାତ୍ର ୫୦ ପ୍ରତିଶତ ରନ୍ଧନ ଗ୍ୟାସ କନେସ୍କନ ଥିଲା । କିନ୍ତୁ ଏବେ ୯୮% ରୁ ଅଧିକ କନେସ୍କନ ହୋଇଛି । ମ୍ୟାନେଜମେଣ୍ଟ ଦ୍ୱାରା ଏହା ସମ୍ଭବ ହୋଇଛି । ଦେଶ ରେ ୨୮ କୋଟି ରୁ ଅଧିକ ଗ୍ୟାସ କନେସ୍କନ କରାଯାଇଛି । ଏହି ୬ ବର୍ଷ ଭିତରେ ୧୪ କୋଟି ରୁ ଅଧିକ କନେସ୍କନ ମିଳିଛି । ଉଜ୍ୱଳା ଯୋଜନାରେ ଓଡ଼ିଶା ରେ ୫୦ଲକ୍ଷ ଗରିବ ଙ୍କୁ ମିଳିଛି ଗ୍ୟାସ ।
Edit by Sushree Biswajeeta