(ସରୋଜ କୁମାର ରାଉତ)ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଶ୍ରମ ବିଭାଗର ଅଫିସ ଅଫ୍ ଦ ଲେବର କମିସନ୍ , ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରରୀ ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ ଇଏସଆଇ । ଏଥି ସହ ଏହି ସବୁ ବିଭାଗ ଅଧୀନରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ୟ୍ୟାଳୟ, ଫ୍ୟାକ୍ଟ୍ରରୀ ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ୟ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନା ଏଥିରେ ସାମିଲ ହେଲା । ପ୍ରଥମ ପର୍ୟ୍ୟାୟରେ ନିମାର୍ଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ୫ଟି ସେବା ସାମିଲ କରାଯିବ ।ଏନେଇ ଆଜି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସୁବାଷ ସିଂ ଚୌହାନ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।