କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳ ଥିବା ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଠାରେ କଲେଜର ଛାତ୍ର ଛାତ୍ରି ମାନଙ୍କୁ ନେଇ ମୋ ମାଟି ମୋ ଦେସ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ନବଘନ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଅଞ୍ଚଳର ଜଣାଶୁଣା ଅବସରପ୍ରାପ୍ତ ସେନା ଅଧିକାରୀ ରମାକାନ୍ତ କହଁର, ପଞ୍ଚାୟତ ଯୁକ୍ତଦୁଇ ମହାବିଦ୍ୟାଳୟ ର ଅଧକ୍ଷ ଚିତରଞ୍ଜନ ମିଶ୍ର, ଆଇଆରବି ସୁବେଦରା ଦାସରଥି ସୋରେନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ର ସଂଯୋଜକ ସୁଦାମ ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଦିପ କୁମାର ମହାପାତ୍ର , ବିରଞିନାରାୟଣ ସାହୁ, ଅଧ୍ୟାପିକା ସୁସୁପ୍ତି ପନାୟାକ, ସର୍ମିଷ୍ଠା ପ୍ରଧାନ , କିରାଣି ରଘୁନାଥ ମଳିକ, ହରପ୍ରିୟା ମିଶ୍ର , ଜୀପୁନ ମୁଖି ପ୍ରମୁଖ ଉପସ୍ତିତ ଥିଲେ ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନେ ଦେସ ପାଇଁ ବଳିଦାନ ଦେଇଥିବା ସ୍ୱାଧିନତା ସଂଗ୍ରାମି ମାନଙ୍କ ଶୃତିଚାରଣ କରିଥବା ବେଳେ ମୋ ମାଟି ମୋ ଦେସ ର ଲକ୍ଷ ଓ ଉଷ୍ୟେ ବିଷୟରେ ଉପସ୍ତିତ ଛାତ୍ରଛାତ୍ରି ମାନଙ୍କୁ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟ ର ଓଡିଆ ଅଧ୍ୟାପିକା ହରପ୍ରୟା ମେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।।