3ଦିନ ଯାଏଁ ପ୍ରଭାବିତ ହେବ ମୋ ବସ ଚଳାଚଳ

ଆଜି ରାଜଧାନୀରେ ହାଫ ଡେ ସ୍କୁଲ । ଅପରାହ୍ନ ୧ଟା ଯାଏଁ  ଚାଲିବ ବିଦ୍ୟାଳୟର ପାଠପଢା । ୧ଟା ପରେ ସବୁ ସ୍କୁଲ ଛୁଟି ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଅଯାଇଛି । ସେହିପରି ଟ୍ରଫାିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ହେବା ଆଶଙ୍କା କରି ହାଫ ଡେ ଘୋଷଣା ହାଇଛି ।
ସେହିଭଳି ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ ମୋ ବସ ରୁଟ ବନ୍ଦ ଅଛି । ଡିଜିପି ସମ୍ମିଳନୀ ପାଇଁ କଡା ସୁରକ୍ଷା ମଧ୍ୟରେ ରାଜଧାନୀର କିଛି ରାସ୍ତାକୁ ରଖାଯାଇଛି । ଭିଡ ନିୟନ୍ତ୍ରଣ ଏବଂ ଟ୍ରାଫିକ ପରିଚାଳନା କରିବା ପାଇଁ କମିଶନରେଟ ପୋଲିସ ସଜାଗ ରହିଛନ୍ତି । ତେବେ ୨୯ ରୁ ୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜଧାନୀର କିଛି ସ୍ଥାନରେ କଟକଣା କରାଯାଇଛି । ସହର ପ୍ରବଶ ପଥ ସହ ମୁଖ୍ୟ ଛକ ଗୁଡିକରେ ପୋଲିସ ପକ୍ଷରୁ ଚାଲିଛି କଡା ଚେକିଂ । ବିଏସଏଫ ଯବାନଙ୍କ ସହ ମିଶି ଯାବ ବାହନ ଗୁଡିକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ ପୋଲିସ ।
ଜାଣିରଖନ୍ତୁ ମୋ ବସ ରୁଟ ନଂ ୯,୧୦,୧୧,୧୨,ଇଋ୧,ଇଋ୨,୧୩,୧୭,୨୦,୨୧,୨୨ଇ,୨୩,୨୫,୨୬,୨୭,୨୮,୩୦,୩୧,୩୨.୩୬.୩୭.୩୮,୩୯,୪୦,୪୪,୪୬,୬୪ ଏବଂ ୬୬ ବସ ଚଳାଚଳ ପ୍ରବାବିତ ହବ ।