ଜେଲରେ କଟିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଥମ ରାତି…

ଭୁୁବନେଶ୍ୱର / ସଞ୍ଜୁ– ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗତକାଲି ଅଭୟଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ପ୍ରଦୀପକୁ କ୍ରାଇମବ୍ରାଞ୍ଚ ଉଠାଇନେଥିଲା । ଗିରଫ ହେବା ପରେ ଏସଡିଜେଏମ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଠକେଇ , ଜାଲିଆତି , ଅପରାଧିକ ଷଡଯନ୍ତ୍ର , ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଛି ।ଏହି ମାମଲାରେ ପ୍ରଦୀପଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଦର୍ଶାଇଛନ୍ତି ତଦନ୍ତକାରୀ ସଂସ୍ଥା । ପ୍ରଦୀପଙ୍କ ବିରୋଧରେ ଆଇଟି ଆକ୍ଟ-୨୦୦୦ର ସେକ୍ସନ ୬୬ –ସି ଓ ୬୬-ଡି ଓ ଆଇପିସିର ଧାରା ୪୧୯,୪୨୦. ୪୬୭, ୪୬୮,୪୬୯. ୪୭୧ ଓ ୧୨୦-ବି ଆଧାରରେ ଦଫା ଲଗାଯାଇଛି । ଟାଟା କମ୍ପାନୀରେ ଚାକିରୀ କରାଇ ଦେବାକୁ ମିଛ ପ୍ରତିଶ୍ରୁତି ଦେଇ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । । ସାଇବର ପୁଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଥିଲା ।

ସୂଚନାଥାଉ କି, ନିଲମ୍ବିତ ଆଇଏଫଏସ  ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି ଦର୍ଶାଇ ଲୋକଙ୍କୁ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ ଓ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅପରାଧରେ ଗିରଫ କରାଯାଇଥିବା କ୍ରାଇମ୍ବ୍ରାଞ୍ଚ ଦର୍ଶାଇଛି।  ତେବେ କୋର୍ଟରେ ହାଜର ବେଳେ ପ୍ରଦୀପ କହିଥିଲେ, ମୁଁ ଯାହା କହୁଥିଲି ତାହା ହିଁ ହେଲା ।