ବିଦ୍ୟାଭୁମି ଇଂରାଜୀ ମାଧ୍ୟମ ସ୍କୁଲ ଉଦ୍ଘାଟନ କଲେ ବିଧାୟକ ନୀଳମାଧବ

ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ସହରର ଖାଲସାହି ନିକଟରେ ନୂତନ ଭାବେ ବିଦ୍ୟାଭୂମି ଇରାଜୀ ମିଡିୟମ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ନୀଳମାଧବ ହିକକା ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ବିଦ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି ଓ ଏହି ବିଦ୍ୟାଳୟରେ ନର୍ସରି, ଏଲ୍‌କେଜି ଏବଂ ଯୁକେଜି ପିଲାଙ୍କୁ ପାଠ ପଢାଯିବ। ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥ୍‌ ଭାବେ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାଯକ, ବିଷମକଟକ ଥାନା ଅଧିକାରୀ ସୂର୍ୟ୍ୟଚନ୍ଦ୍ର ପାଢି, ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଗବେଷକ ଶ୍ରୀରଙ୍ଗ ନାୟକ, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବକ୍ସି, ରବୀନ୍ଦ୍ର ନାଥ ପଣ୍ଡା, ବିଦ୍ୟାଳୟ ଅଧ୍ୟକ୍ଷ ଦେବାଶିଷ ପାଡି, ସମ୍ପାଦକ ତାରିଣୀ ଚରଣ ରଥ, ବିରଷ୍ଠ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମାନସି ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।