ଆଜି ସନ୍ଧ୍ୟାରେ ଏମ୍‌କେସିଜି ମେଡିକାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ ଉଦ୍‌ଘାଟନ

ଆଜି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସରେ ଲିକ୍ୱିଡ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ ଉଦ୍‌ଘାଟନ ହେବ । ଏଥିନିମନ୍ତେ ଗତକାଲି ସନ୍ଧ୍ୟା ସୁଦ୍ଧା ପିଏମ୍‌ଏସ୍‌ଏସ୍‌ୱାଇ

(ଗଂଜାମ) : ଆଜି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସରେ ଲିକ୍ୱିଡ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ ଉଦ୍‌ଘାଟନ ହେବ । ଏଥିନିମନ୍ତେ ଗତକାଲି ସନ୍ଧ୍ୟା ସୁଦ୍ଧା ପିଏମ୍‌ଏସ୍‌ଏସ୍‌ୱାଇ କୋଠାକୁ ଅକ୍ସିଜେନ୍‌ ପାଇପ୍‌ ବିଛା ମଧ୍ୟ ସରିଛି । ଆଜି ସକାଳୁ ଅକ୍ସିଜେନ୍‌ ପାଇପ୍‌ ମେନିଫୋଲ୍ଡ ରୁମ୍‌କୁ ସଂଯୋଗ କରାଯିବ ଏବଂ ଠିକ୍‌ କାର୍ଯ୍ୟକରୁଛି କି ନାହିଁ ପରୀକ୍ଷା ହୋଇଛି । ସନ୍ଧ୍ୟା ୫ଟା ୩୦ରେ ପ୍ଲାଣ୍ଟ ଉଦ୍‌ଘାଟନ ହେବ ନେଇ ସୂଚନା ଦେଇଛନ୍ତି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ।
ସୂଚନାଯୋଗ୍ୟ ୨୦ହଜାର ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ୍‌ ଟ୍ୟାଙ୍କର ଗତ ୭ତାରିଖରୁ ଡେରାଡୁନ୍‌ରୁ ଏମ୍‌କେସିଜିକୁ ଅଣାଯାଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶଙ୍କ ଉଦ୍ୟମରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।