ଓପିଏସସି ପରୀକ୍ଷାରେ ତ୍ରୁଟି : ତ୍ରୁଟି ସ୍ୱୀକାର କଲେ ଓପିଏସସି କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓପିଏସସି ପରୀକ୍ଷାରେ ତ୍ରୁଟି । ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। ଓଏସଏସସି ସହ ଓପିଏସସି ପରିଚାଳିତ ପରୀକ୍ଷାରେ ବି ତ୍ରୁଟି । ନୋଟିସ୍ ଜରିଆରେ ତ୍ରୁଟି ସ୍ୱୀକାର କଲେ ଓପିଏସସି କର୍ତ୍ତୃପକ୍ଷ । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ। ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ ଜାରି କରିଛନ୍ତି।
ଆଜି ଓସିଏସ ମେନ୍- ୨୦୨୩ର ଆନନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା । ପୂର୍ବାହ୍ନ ୯ ରୁ ୧୨ଟା ଆନନ୍ଥ୍ରୋପୋଲୋଜରି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନନ୍ଥ୍ରୋପୋଲୋଜିର ଦ୍ୱିତୀୟ ପେପର ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ୱିତୀୟ ପେପରରୁ ଆସିଛି । ଦ୍ୱିତୀୟ ପରୀକ୍ଷାରେ ପ୍ରଥମ ପେପରର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳିଛି । ପ୍ରଥମ ସିଟିଂ ପରୀକ୍ଷା ପରେ ଅସନ୍ତୋଷ ଝାଡିଲେ ପରୀକ୍ଷାର୍ଥୀ ।