ପୁଣି କେନ୍ଦୁଝରରେ ନାବାଳିକା ଗର୍ଭବତୀ

( ଭୁବନେଶ୍ୱର / ରିପୋର୍ଟସଟୁଡେ): କେନ୍ଦୁଝର ଟାଉନ ଥାନା ଅଂଚଳରେ ନାବାଳିକା ଗର୍ଭବତୀ ଘଟଣାର ପୁନରାବୃତି ଘଟିଛିା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନାବାଳକ ଭାଇକୁ ପୋଲିସ ଅଟକ ରଖିଛି ।

କେନ୍ଦୁଝର ଜିଲ୍ଲାରେ ପୁଣି ନାବଳିକା ଗର୍ଭବତୀ । ଜଣେ ନାବାଳିକାଙ୍କ ସହ ନିଜ ସମ୍ପର୍କୀୟ ଭାଇ ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଛି । ନାବାଳିକା ଜଣକ ଗର୍ଭବତୀ ହେବା ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ନାବାଳକ ଭାଇକୁ ଅଟକ ରଖିଛି । ଏହା ସହ ନାବାଳିକାକୁ ଡ଼ାକ୍ତରୀ ମାଇନା ପାଇଁ ମେଡ଼ିକାଲକୁ ପଠାଯାଇଛି ।