ରେଳ ଫାଟକ ପଡିବାରୁ ନାବାଳିକା ମୃତ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରେଳ ଫାଟକ ପଡିବାରୁ ଗୋଟିଏ ଆମ୍ବୁଲାନ୍ସ ୪୫ ମିନିଟ୍ ଫାଟକ ଉଠିବାକୁ ଅପେକ୍ଷା କରିବା ଭିତରେ ଚାଲିଗଲା ଜଣେ ନାବାଳିକାର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡି ଗ୍ରାାମର ଖଗେଶ୍ୱର ବାଗଙ୍କ ୮ ବର୍ଷର ଝିଅ ରେଖାକୁ ଏକ ସାପ କାମିଡି ଦେଇଥିଲା । ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡଳାଇ ହସ୍ପିପାଲ ନଆଯାଇଥିଲା । କିନ୍ତୁ କେସିଙ୍ଗା ରେଳ ଧାରଣ ପାର କରିବା ପୂର୍ବରୁ ଫାଟକ ପଡିଯାଇଥିଲା । ଏଥିନେଇ ଆମ୍ବୁଲାନ୍ସକୁ ୪୫ ମିନିଟ ପର୍ଯ୍ୟନ୍ତ ଅଟଳି ରହିବାକୁ ହୋଇଥିଲା । ଫାଟକ ଉଠିବା ପରେ ଆମ୍ବୁଲାନ୍ସ ହସ୍ପିଟାଲରେ ପହଂଚିବା ବେଳକୁ ନାବାଳିକା ମୃତ୍ୟୁ ହୋଇଥିଲା । ।
କେସିଙ୍ଗା ସହର ମୁଖ୍ୟ ରାସ୍ତା ଉପର ରେଳ ଲାଇନ ଯୋଗୁଁ ଅନେକ ସମୟ ଫାଟକ ବନ୍ଦ ରହୁଛି ରେଳ ଚଳାଚଳ ପାଇଁ । ଫଳରେ ସାଧାରଣ ଲୋକେ ଅସୁବିଧା ସାମ୍ନା ହେଉଛନ୍ତି । ପୂର୍ବରୁ ବି ଅନେକ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିନପାରି ଆଖି ବୁଜିଛନ୍ତି ।