(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଖଣି ନିଲାମି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ନିଲାମ ସହିତ ବୈଧାନିକ ଅନୁମୋଦନକୁ ସାମିଲ ସକାଶେ କେନ୍ଦ୍ର ସରକାର ଓଡିଶାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଖଣି ମନ୍ତ୍ରାଳୟ ଓଡିଶା ସମେତ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ମଧ୍ୟ ଅନୁରୂପ ପ୍ରକ୍ରିୟାରେ ଖଣିଗୁଡିକୁ ନିଲାମ ଲାଗି ସ୍ଥିର କରିଛନ୍ତି । କେନ୍ଦ୍ର ଇସ୍ପାତ ସଚିବ କୁମାର ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହିତ ନୂତନ ଖଣି ନିଲାମ ପ୍ରକ୍ରିୟାକୁ ସରଳ କରିବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଭିଜନ ୨୦୨୪ ବୈଠକରେ ଖଣିଗୁଡିକୁ ନିଲାମ ସମୟରେ ପୂର୍ବରୁ ବୈଧାନିକ ଅନୁମତି ସାମିଲ ପାଇଁ ସ୍ଥିର ହୋଇଛି । କେନ୍ଦ୍ରୀୟ ସଚିବ ଶ୍ରୀ କୁମାର ତଦନୁଯାୟୀ ଖଣିଗୁଡିକୁ ପ୍ରାରମ୍ଭରିକ ବୈଧାନିକ ଅନୁମତି ସହ ନିଲାମ ଡାକିବାକୁ ରାଜ୍ୟକୁ ଅନୁରୋଧ କରିଛନ୍ତି ।
ନିୟମାନୁଯାୟୀ ଖଣି ନିଲାମ ପ୍ରକ୍ରିୟାରେ ସଫଳ ହେଉଥିବା ସଂସ୍ଥାକୁ ୨୦ଟି ଅନୁମତି ଆଣିବାକୁ ପଡିଥାଏ । ଏଥିମଧ୍ୟରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୧୧ଟି ଅନୁମତି ପ୍ରଦାନ କରିଥାନ୍ତି । ଏହିସବୁ ଅନୁମତି ଲାଗି ୨/୩ ବର୍ଷ ସମୟ ଲାଗି ଯାଉଥିବାରୁ ନିଲାମରେ ସଫଳ ହେଉଥିବା ସଂସ୍ଥା ଖଣି ଖନନ କଲାବେଳକୁ ବହୁ ବିଳମ୍ବ ହୋଇଥାଏ । ରାଜ୍ୟ ସରକାର ଖଣିଗୁଡିକୁର ମାଲିକ ହୋଇଥିବାବେଳେ ଏହି ସମସ୍ତ ପ୍ରିକ୍ରିୟା ଲାଗି କେନ୍ଦ୍ର ନିକଟରେ ରାଜ୍ୟକୁ ଆବେଦନ କରିବାକୁ ହୋଇଥାଏ । ଖଣି ଖନନ ଲାଗି ପରିବେଶ ଓ ଜଙ୍ଗଲ ଅନୁମତି ହେଉଛି ଦୁଇଟି ପ୍ରମୁଖ ଅନୁମୋଦନ । କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ଏହିସବୁ ଅନୁମୋଦନ ଲାଗି ଆବଶ୍ୟକ ପଡୁଥିବା ଫି’କୁ ଟେଣ୍ଡର ସହିତ ସାମିଲ କରି ଆବେଦନ କଲେ ଏହା ତ୍ୱରାନ୍ୱିତ ହୋଇପାରିବ ।
ପ୍ରାରମ୍ଭିକ ବୈଦାନିକ ଅନୁମତି ପ୍ରଦାନ ଲାଗି ନିକଟରେ ବସିଥିବା ସମନ୍ୱୟ କମିଟି ବୈଠକରେ ରାଜ୍ୟ ସରକାର ଏଥିପାଇଁ ରାଜି ହୋଇଛନ୍ତି । ଏହାଦ୍ୱାରା ନିଲାମ ପ୍ରକ୍ରିୟା ପ୍ରତି ନିବେଶକାରୀମାନେ ଅଧିକ ଆକୃଷ୍ଟ ହେବା ସହିତ ପୁଞ୍ଜି ନିବେଶ ବୃଦ୍ଧି ପାଇବ । ଦ୍ୱିତୀୟରେ ୪୬ଟି ଖଣିର ଏିଜ ଅବଧି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ପୂରି ଯାଉଥିବାରୁ ଏଗୁଡିକୁ ଏମଏମଡିଆର ଆଇନ ଅନୁଯାୟୀ ନିଲାମ ପରେ ପୁନଃ ମଞ୍ଜୁରୀ ଦିଆଯାଇପାରିବ । ଏହି ଖଣିଗୁଡିକ ଇସ୍ପାତ ଉତ୍ପାଦନ ଲାଗି ଆବଶ୍ୟକ ପଡୁଥିବା ଲୁହାପଥର,ମାଙ୍ଗାନିଜ ଥିବା ଆବଶ୍ୟକ । ଖଣି ମନ୍ତ୍ରାଳୟ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ଥିବା ଅନ୍ୟ ମନ୍ତ୍ରାଳୟଗୁଡିକୁ କାର୍ଯ୍ୟ ତ୍ୱରାନ୍ୱିତ ସହିତ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟସରକାର ମଧ୍ୟ ତ୍ୱରାନ୍ୱିତ ଭାବେ ଖଣିଗୁଡିକୁ ଅନୁମୋଦନ ଦେବା ଲାଗି ମନ୍ତ୍ରାଳୟଗୁଡିକ ଅନୁରୋଧ କରିଛନ୍ତି । ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ ପରେ କେନ୍ଦ୍ର ସରକାର ସକ୍ରିୟ ହେବା ସହିତ ତୁରନ୍ତ କିଭଳି ଖଣିଗୁଡିକର ଉତ୍ପାଦନ ଆରମ୍ଭ ହୋଇ କଞ୍ଚାମାଲ ଅଭାବ ପୂରଣ କରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।