ଗିରଫ ହେଲେ କୋଟିପତି ଡାକ୍ତର

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ କୋଟିପତି ଡାକ୍ତର । ଆୟବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍ । ଗିରଫ ଡାକ୍ତର ହେଲେ ସୁକାନ୍ତ ଜେନା । ଡାକ୍ତର ଜେନାଙ୍କ ନାଁରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ଶ୍ରୀ ଜେନା ପୁରୀ ଜିଲ୍ଲା ଚାରିଛକ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର । ତାଙ୍କ ପାଖକୁ ଜଣେ ଗର୍ଭବତୀ ଆସିଥିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ । ସେହି ସମୟରେ ଡାକ୍ତର ଜଣକ ସମ୍ପୃକ୍ତ ଗର୍ଭବତୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ ଯେ ଅସ୍ତ୍ରୋପଚାର ପାଇଁ ଦରକାର ୮ହଜାର ଟଙ୍କା । ଏହି ଖବର ନେଇ ସମ୍ପର୍କୀୟ ଜଣକ ତୁରନ୍ତ ଭିଜିଲାନ୍ସ ବିଭାଗରେ ଅବଗତ କରାଇଥିଲେ । ପରେ ଭିଜିଲାନ୍ସ ବିଭାଗ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଡାକ୍ତର ଗର୍ଭବତୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଥିଲା । ପରେ ଏ ସମ୍ପର୍କରେ ଡାକ୍ତର ଜେନଦାଙ୍କ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ । ଏହାପରେ ଡାକ୍ତରଙ୍କ ଭୁବନେଶ୍ୱର କଳାରାହାଙ୍ଗ ସ୍ଥିତ କସମୋ ଡୁପ୍ଲେକସରେ ଭିଜିଲାନ୍ସ ବିଭାଗ ଚେଡ କରିଥିଲା । ଯେଉଁଠାରୁ ମିଳିଥିଲା ପୁଳାପୁଳା ଟଙ୍କା । ବିଡ଼ାବିଡ଼ା ୫ଶହ ଏବଂ ୨ ହଜାର ଟଙ୍କିଆ ନୋଟ । ଯାହାର ସମୁଦାୟ ମୂଲ୍ୟ ହେବ କୋଟିଏ ଟଙ୍କା । ଏହି ଟଙ୍କାକୁ ଦେଖି ଭିଜିଲାନ୍ସ ବିଭାଗର ମଧ୍ୟ ହୋସ୍ ଉଡ଼ିଯାଇଥିଏଲା । ଏହାସହ ଘର ଭିତରୁ ବିପୁଳ ସୁନାଗହଣା, ଅମାପ ସମ୍ପତି ମଧ୍ୟ ଠାବ ହୋଇଛି ।