(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟ ପେଟ୍ରୋଲ ଟାଙ୍କି ନିକଟର ଆନ୍ଦୋଳରେ ବସିଲେ ପ୍ରବାସୀ ଶ୍ରମିକ। ବ୍ୟାଗ ଧରି ରାଜପଥ ଉପରେ ହଙ୍ଗାମା କଲେ ପ୍ରବାସୀ । ଏମାନେ ସମସ୍ତେ ବରଗଡ଼ ଜିଲ୍ଲାର ବୋଲି ସୂଚନା ରହିଛି । ଗତକାଲି କୋୟମ୍ବାଟୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ସେମାନଙ୍କ ସ୍କ୍ରିନିଂ କରାଗଲା । ଭଦ୍ରକ ଜିଲ୍ଲାରର ଏକ କଲେଜରେ ରଖାଯାଇଥିଲା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବସ ଆସିଲେ ସେମାନେ ଯାଇଥାନ୍ତେ ।
ସେଠାରେ ଥିବା ଅବସ୍ଥାରେ ସେମାନଙ୍କୁ ଠିକ ଖାଇବା ପାଇଁ ଦିଆଯାଇନାହିଁ ଅଭିଯୋଗ କରି ରାଜପଥ ଉପରେ ଆରମ୍ଭ କରିଦେଲେ ହଙ୍ଗାମା । ଆରମ୍ଭ କଲେ ଆନ୍ଦୋଳନ । ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇଗଲେ । କାରଣ ସୁରକ୍ଷା ଦୃଷ୍ଟିରୁ ଲୋକେ ଆତଙ୍କିତ ଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇ ଗଲା । ଶେଷରେ ଭଦ୍ରକ ଗ୍ରାମଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।