(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସ୍କୁଲ ଯାଉଥିବା ପିଲାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ । ଅଣ୍ଡା ପରେ ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧଜାତ ଦ୍ରବ୍ୟ । ଏନେଇ ସରକାର ଯୋଜନା କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଓଡ଼ିଶାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ପ୍ରଦାନ କରାଯିବାକୁ ପ୍ରସ୍ତାବ ଆସିଛି । ଏହା ଉପରେ ସରକାର ତର୍ଜମା କରୁଛନ୍ତି । ଖୁବଶୀଘ୍ର ସରକାର ଏହା ଉପରେ ନିଷ୍ପତି ନେଇ ପାରନ୍ତି । ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଦିଆଯିବା ଦ୍ୱାରା ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ । ଏହା ସହ ପିଲାମାନେ ମଧ୍ୟ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଖାଇପାରିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।