ଦୁଇ ଜଣଙ୍କୁ ଆକ୍ରମଣ ପରେ ନିଜକୁ ଆକ୍ରମଣ କଲେ ମାନସିକ ଭିନ୍ନକ୍ଷମ ଯୁବକ; ଜଣେ ମୃତ୍ୟୁ ,ଅନ୍ୟ ଜଣେ ଗୁରୁତର

ନନ୍ଦପୁର (ଦଶରଥ ମାଛ);-କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦୁଇ ଜଣଙ୍କୁ ଧାରୁଆ ଛୁରୀ ଅସ୍ତ୍ରରେ ଆକ୍ରମଣ କରି ନିଜେ ସେହି ଅସ୍ତ୍ରରେ ବେକ କାଟି ହୋଇଥିବା ଘଟଣା ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ସମଗ୍ର ଅଞ୍ଚଳରେ ଚହଳ ଚଞ୍ଚଳ ସୃଷ୍ଟି କରିଛି। ଆଜି ସକାଳ  ୧୦ ଟା ସମୟରେ ଟିକରପଡା ଗ୍ରାମର ସଦନ ବଡନାୟକ ଏକ ଧାରୁଆ ଛୁରୀ ଅସ୍ତ୍ରରେ ନିଜ ସଂପର୍କିୟ ଲମତାପୁଟ ବ୍ଲକର ଡାବୁଗୁଡା ପଞ୍ଚାୟତର କଡ୍ରି ଗ୍ରାମର ରାମ କ୍ରିସାନୀଙ୍କୁ ଆକ୍ରମଣ କରିଥିଲେ।ଶ୍ରୀ କ୍ରିସାନୀ  ୩ /୪ଦିନ ହେଲା ଟିକରପଡା ଗ୍ରାମକୁ କୁଣିଆ ଯାଇଥିଲେ। ତାଙ୍କୁ ଆଜି ଆକ୍ରମଣ କରି ବେକ କାଟିଦେଇଥିବା ବେଳେ ଘରେ ତାଙ୍କର ମୃତଦେହ ରକ୍ତାକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିଥିଲା ମୃତ୍ୟୁ ଦେହ। ତାଙ୍କୁ ବେକ କାଟି ନିଜ ପୁତୁରା ସୁକୁ ବଡନାୟକଙ୍କୁ ମଧ୍ୟ ସେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ନିଜେ ବେକ କାଟି ହୋଇଥିବା ଜଣାଯାଇଛି।କ୍ରିସାନୀ ତିନି ଚାରି ଦିନ ହେଲା ଟିକରପଡା ଗ୍ରାମକୁ କୁଣିଆ ଯାଇଥିଲେ। ତାଙ୍କୁ ଆଜି ଆକ୍ରମଣ କରି ବେକ କାଟିଦେଇଥିବା ବେଳେ ଘରେ ତାଙ୍କର ମୃତଦେହ ରକ୍ତାକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିଥିଲା।ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀ ଓ ପରିବାର ଲୋକ ସଙ୍ଗେ ସଙ୍ଗେ  ପହଞ୍ଚି ନନ୍ଦପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଚିଂ ରାମ କ୍ରିସାନୀଙ୍କୁ  ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି। ଆକ୍ରମଣ କାରୀ ଓ ପୁତୁରା ଛଟପଟ ହେଉଥିବା ଦେଖି ପୁଲିସ ମେଡିକାଲକୁ ଚିକିତ୍ସା ପାଇଁ  ପଠାଇଛି। ଉଭୟଙ୍କର ନନ୍ଦପୁର  ମେଡିକାଲରେ ଚିକିତ୍ସା ଜାରି ରହିଛି। ପୁଲିସ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି। ନିଜେ ସଦା ମଧ୍ୟ ଗଳାକାଟି ଦେଇଛନ୍ତି।ଗ୍ରାମବାସୀ ସଦାଙ୍କୁ ବାନ୍ଧି ରଖିଥିବା ଜଣାପଡ଼ିଛି।