ମହିଳାଙ୍କୁ ଅସଦାଚରଣ କରି ନିର୍ଦ୍ଧୁମ ଛେଚା ଖାଇଲେ ରୋମୀୟ

ଜଳେଶ୍ୱର: ବିଚ ରାସ୍ତାରେ ମହିଳାଙ୍କୁ କମେଣ୍ଟ ମାରିବା ପଡିଲା ମାହାଙ୍ଗା | ଅସଦାଚରଣ କରି ନିର୍ଦ୍ଧୁମ ଛେଚା ଖାଇଲେ ରୋମୀୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଅଞ୍ଚଳର ବୋଲି ଜଣା ପଡ଼ିଛି। ଏଠିଯାନେ ଯୁବକ ଜଣେ ମହିଳାଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ | ଯାହାପରେ ଉତ୍ୟକ୍ତ ହୋଇପଡି ଥିଲେ ମହିଳା ଜଣଙ୍କ | ଅଭଦ୍ର ଯୁବକକୁ ନିର୍ଦ୍ଧୁମ ଛେଚିଥିଲେ ମହିଳା |