ସରିଲା ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ: ସଂଘ ସହ ସଫଳ ହେଲା ଆଲୋଚନା

ଭୁବନେଶ୍ୱର : ସରିଲା ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ । ବୈଠକ ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ । କହିଲେ, ସଂଘ ସହ ଆଲୋଚନା ସଫଳ ହୋଇଛି । ତାଙ୍କ ଦାବି ହେଉଛି ବ୍ଳକରୁ ଜିଲ୍ଲା ଗଡିବ ଲକ୍ଷ୍ମୀ ବସ । ସୋମାନଙ୍କ ଦାବିକୁ ବିଚାର କରାଯାଉଛି । ୩୧ ତାରିଖ ଭିତରେ ଲିଖିତ ଦାବି ଦେବ ସଂଘ । ଆଗକୁ ଧର୍ମଘଟ ହେବନି , ସ୍ୱାଭାବିକ ଭାବେ ବସ ଚାଲିବ ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସକୁ ନେଇ ଘରୋଇ ବସ ମାଲିକ ସଂଘ ବନ୍ଦ ପାଳନ କରିଥିଲେ । ଯେଉଁଥିପାଇଁ ପୂଜା ସମୟରେ ଘରକୁ ଯିବାକୁ ଲୋକେ ହଇରାଣ ହୋଇଥିଲେ । ପରେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବନ୍ଦ ପ୍ରତ୍ୟାହାର କରିଥିଲେ ବସ ମାଲିକ ସଂଘ । ୩୧ରେ ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କ ପଦକ୍ଷେପ କଣ ହେବ ତା ଉପରେ ରହିଛି ନଜର ।