ସ୍ୱାଧୀନତା ଦିବଶ ପାଇଁ ବୈଠକ

0

ରାଇରଙ୍ଗପୁର : ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରତିପାଦନ କରିଥିଲେ । ଏହା ପରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି କୋଭିଡ କଟକଣା ପୂର୍ବରୁ ପାଳିତ ହୋଇଥିବା ସ୍ୱାଧୀନତା ଦିବସର ସମସ୍ତଙ୍କୁ ଉପସ୍ଥାପନ କରିଥିଲେ । ସେହି ଆଧାରରେ ଚଳିତ ବର୍ଷ ଏହି ଜାତୀୟ ଦିବସକୁ ଉପଖଣ୍ଡ ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ୟ୍ୟ, ଯଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ, ପ୍ୟାରେଡ ପଡିଆ ନିକଟରେ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଅଗ୍ନିଶମ ବିଭାଗ ତରଫରୁ ଆବଶ୍ୟକ ବ୍ୟବସ୍ଥା , ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା,ଜାତୀୟ ସଂଗୀତ ପରିବେଷଣ, ରାମ ଧୁନ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ଇତ୍ୟାଦି କାର୍ୟ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପରିଶେଷରେ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ୟ୍ୟାଳୟ ର ପ୍ରଫୁଲ୍ଲ କୁମାର ସାହୁ, ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।