ରାଜଗାଙ୍ଗପୁର : ଲାଚଂ ନେଉଥିବା ବେଳେ ଧରାପଡିଲେ ପୌରପାଳିକା କର୍ମଚାରୀ । ୧୩ ହଜାର ଟଙ୍କା ନେଇଥିଳେ ଲାଚଂ । ରାଜଗାଙ୍ଗପୁର ପୌରପାଳିକାର କର୍ମଚାରୀ ଏମଡି ନାଶିର ଜୈନକ ଦୀପକ ଠାକୁର ନାମକ ବ୍ୟକ୍ତିଙ୍କ ଠାରୁ ୧୩ ହଜାର ଟଙ୍କା ଲାଚଂ ନେଉଥିବା ବେଳେ ଧରାପଡିଛନ୍ତି । ସୁନ୍ଦରଗଡ ଏବଂ ଝାରସୁଗୁଡା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି ନାଶିର ଜୈନକ ।
ସୂଚନାମୁତାବକ, ଦୀପକ ଠାକୁର ନାମକ ବ୍ୟକ୍ତିଙ୍କ ଘରର ହୋଲଡିଂ ନମ୍ବର ତାଙ୍କ ନାମରେ କରିବାକୁ ଏବଂ ଟ୍ୟାକ୍ସ କାମ କରିଦେବା ପାଇଁ ଲାଚ୍ଂ ମାଗିଥିଲେ ପୌରପାଳିକା କର୍ମଚାରୀ ନାଶିକ ଜୈନକ । ଦୀପକ ଏ ନେଇ ସୁନ୍ଦରଗଡ ଦୁର୍ନୀତି ବିଭାଗକୁ ଖବର ଦେଇଥିଲେ । ତେବେ ଆଜି ସକାଳୁ ଦୀପକ ଠାରୁ ଲାଚଂ ନେଉଥିବା ବେଳେ ନାଶିର ଜୈନକଙ୍କୁ ଧରିଥିଲେ ଦୁଇଜଣ ଡିଏସପି । ସୁନ୍ଦରଗଡ ଏବଂ ଝାରସୁଗୁଡା ଦୁର୍ନୀତି ନିବାରଣ ବିଭାଗର ଦୁଇଜଣ ଡିଏସପଙ୍କ କହିବା ମୁତାବକ, ପୌରପାଳିକା କର୍ମଚାରୀ ନାଶିର ଆଉ ଚାରି ମାସ ପରେ ଚାକିରରୁ ଅବସର ନେଇଥାନ୍ତେ ।