ମୟୁରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ହଜାର ମୁହାଁ

(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର) ; ମୟୁରଭଞ୍ଜ ରୁ ଗତ କାଲି ୧୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂଖ୍ୟା ୧୯୩୫୭ରେ ପହଞ୍ଚିଛି।ସେମାନଙ୍କ ମଧ୍ୟରୁ ୧୭୩୯୧ଜଣ ସୁସ୍ଥ ହୋଇ ଥିବା ବେଳେ୧୮୭୨ସକ୍ରିୟ ମାମଲା ରହିଛି।ଚଳିତ ମାସରେ ଏ ପର୍ୟ୍ୟନ୍ତ କରନା ପଜିଟିଭଙ୍କ ସଂଖ୍ୟା୨୦୦୦ପାର ହୋଇଛି।ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ସପ୍ତମ ଇସ୍ଥାନରେ ରହି ଥିବାବେଳେ ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା୯୧ରେ ସ୍ଥିର ରହିଥିବା ଜଣାପଡ଼ିଛି।ତେବେ ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ୩୦୬୩ଜଣ ରହିଛନ୍ତି।ଏହା ସହିତ କରଞ୍ଜିଆରେ୧୩୧୨ଜଣ, ଉଦଳା ବ୍ଲକରେ୧୦୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ୫୦୦ଉର୍ଦ୍ଧ ଥିବା ବ୍ଲକ ମଧ୍ୟରେ ବଡ଼ସାହି ବ୍ଲକରେ୭୫୧,ବେତନଟୀ ରେ୭୪୦,କୋପ୍ତିପଦା ରେ୫୯୨,ଖୁଣ୍ଟା ରେ୫୭୬,ରାଇରଙ୍ଗପୁର ରେ୬୫୫,ଠାକୁରମୁଣ୍ଡାରେ୫୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଜିଲ୍ଲାରେ ଚିହ୍ନଟ କରୋନା ଆକ୍ରାନ୍ତ ହୋମଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳର କିମ୍ସ କୋଭିଡ଼ ହସ୍ପିଟାଲ, ପିଆରଏମ ହସ୍ପିଟାଲର କୋଭିଡ଼ ଆଇସଲେସନ ୱାଡ଼,ଲକ୍ଷ୍ମୀପଶି ଓ ରାଇରଙ୍ଗପୁର ଇସ୍ଥିତ ଅନ୍ୱେଷକ୍ଷ ସେଣ୍ଟର,କେସିପୁର ଇସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟର,କରଞ୍ଜିଆ ଇସ୍ଥିତ ଟାଟ ଇଏମଆରଏସ ସେଣ୍ଟରଓ ଉଦଳା ଇସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କୋଭିଡ଼ କେୟକ୍ଷର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।ଘରେ ରହି କରନା ଚେନ କୁ ବ୍ରେକ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।