ନୋଏଡ଼ା ସେକ୍ଟର ୨୯ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୨୯ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନୋଏଡ଼ାର ଗଙ୍ଗା ସପିଂ କମ୍ଲେକ୍ସ ଗୌତମ ବୁଦ୍ଧ ନଗର ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ ପିଟିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

(ଦିଲ୍ଲୀ) : ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୨୯ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନୋଏଡ଼ାର ଗଙ୍ଗା ସପିଂ କମ୍ଲେକ୍ସ ଗୌତମ ବୁଦ୍ଧ ନଗର ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ ପିଟିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳକୁ ୬ଟି ଦମକଳ ଗାଡ଼ି ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କମପ୍ଲେକ୍ସର ଦ୍ୱିତୀୟ ମହଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅଗ୍ନିକାଣ୍ଡରେ ଧନଜୀବନ ନଷ୍ଟ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନ ମିଳିପାରି ନାହିଁ।