ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ

ପାରାଦୀପ : ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟକ୍ୟାର୍ଡରେ ଥିବା ପ୍ଲାଷ୍ଟିକ କୋଟେଡ ଆଇରନ୍ ପାଇପରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଉଠୁଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଏପରିକି ମୃତାହତ ସର୍ମ୍ପକରେ କୌଣସି ସୂଚନା ମିଳିପାରି ନାହିଁ।