ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଭିଏସସନଗରରେ ମାସ୍କ୍, ସାନିଟାଇଜର ଓ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, ଜୟ ମା ୟୁଥ୍ କ୍ଲବ୍ ଓ ଓଡ଼ିଶା ମୋ ପରିବାର ମିଳିତ ଭାବେ ଭିଏସସ ନଗର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିୀ ଅଞ୍ଚଳ ଓ ପ୍ରଭୂଜୀ ଇଂଲିସ୍ ମିଡିୟମ୍ ସ୍କୁଲ୍ ସମ୍ମୁଖରେ କରୋନା ସଚେତନତା କରିବା ସହିତ ମାସ୍କ୍, ସନିଟାଇଜର ଓ ଖାଦ୍ୟ ,ବିସ୍କୁଟ ବଣ୍ଟନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, କ୍ଲୁବ୍ ସଭାପତି ଦୀପକ ନାୟକ, ସୌମ୍ୟ ରଂଜନ ପ୍ରଧାନ, ବିନୋଦ କୁମାର ସାହୁ, ତ୍ରିନାଥ ବସ୍ତୀ କମିଟି ସଭାପତି ନରେନ୍ଦ୍ର ବିଶ୍ଵାଳ ଓ ସମ୍ପାଦକ , ଯୁବ ବିଜେଡ଼ି ନେତା ଅନନ୍ତ ରେଡ୍ଡୀ, ସୂର୍ୟ୍ୟ ନାରାୟଣ ମହାନ୍ତି, ବାପି, ସୁଶାନ୍ତ ମୁଦୁଲି,ମହିଳା ବିଜେଡ଼ି ନେତ୍ରୀ ସୁଚିତ୍ରା ବେହେରା, ମନୋରମା ସିଂ ପାତ୍ର,କଳ୍ପନା ମହାନ୍ତି ,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ , ବବିତା ମହାନ୍ତି ପୁଷ୍ପଲତା ନାୟକ ପ୍ରମୁଖ ଯୋଗଦାନ କରିଥିଲେ।