ପ୍ରାରମ୍ଭିକ କାରବାରରେ ଜବରଦସ୍ତ ହ୍ରାସ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସପ୍ତାହର ପ୍ରଥମ ଦିନରେ ଆଜି ଷ୍ଟକ ମାର୍କେଟ ଖୋଲା ଯାଇଥିଲା । ହେଲେ ପ୍ରାରମ୍ଭିକ କାରବାରରେ ଜବରଦସ୍ତ ହ୍ରାସ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଆଜି ୧୦୦୦ ,୨୪ ପଏଣ୍ଟ ହ୍ରାସ ପାଇ ଆଜି ୩୩,୧୦୩ .୨୪ ରେ ଖୋଲିଛି । ଏହା ସର୍ବନିମ୍ନ ୩୨, ୪୪୬, ୦୪ ପର୍ଯ୍ୟନ୍ତ ଯାଇଥିଲା । ଏଥି ସହିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଇଣ୍ଡେକ୍ସ ନିଫ୍ଟି ସୋମବାର ଦିନ ୯, ୫୮୭ .୮୦ ରେ ଖୋଲିଛି , ଯେଉଁଥିରେ ୩୬୭ , ୪୦ ପଏଣ୍ଟ ହ୍ରାସ ପାଇଛି । ବତର୍ମାଦ ସମୟରେ ନିଫ୍ଟି ୯, ୪୬୮,୮୫ ପର୍ଯ୍ୟନ୍ତ କମ ହୋଇଯାଇଥିଲା ।
ପ୍ରାରମ୍ଭିକ ବାଣିଜ୍ୟରେ ବିଏସଇ ଇଣ୍ଡେକ୍ସ ସେନସେକ୍ସ ୫,୪୨ ପ୍ରତିଶତ କିମ୍ବା ୧୮୪୯.୯୮ ପଏଣ୍ଟ ୩୨,୨୮୮.୮୫ ପଏଣ୍ଟ ହ୍ରାସ ପାଇଛି । ଏହି ସମୟରେ ନିଫ୍ଟି – ୫୦ ରେ କେବଳ ଗୋଟିଏ କମ୍ପାନିର ସେୟାର ସବୁଜ ମାର୍କରେ ଏବଂ ୪୯ ଟି କମ୍ପାନୀର ସେୟାର ରେଡ଼ ମାର୍କରେ କାରବାର କରୁଥିବା ଦେଖାଯାଇଥିଲା ।
କରୋନା ଭାଇରସର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି । ଯାହା ଫଳରେ ବିଗିତ କିଛି ଦିନ ହେବ ସେୟାର ମାର୍କେଟରେ ହ୍ରାସ ଦେଖିବାକୁ ମିଳିଛି । ବିଦେଶୀ ବିମାନ ଉପରେ ନିଷେଧାଦେଶ ଯୋଗୁଁ ସ୍ପାଇସଜେଟ ଏବଂ ଇଣ୍ଡିଗୋ ସେୟାର ସୋମବାର ସକାଳେ ୧୦ ପ୍ରତିଶତ ହ୍ରାସ ପାଇଛି ।