ଫିରିଙ୍ଗିଆ : ଫିରିଙ୍ଗିଆ ଥାନା ପୋଡିଘଟଣାକୁ ନେଇ ବାର ଘଣ୍ଟିଆ ମାଓବାଦୀଙ୍କ ବନ୍ଦ ଡାକରା | ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛିl ସେହିପରି ଉକ୍ତ ରାସ୍ତାର ଫିରିଙ୍ଗିଆ ଘାଟି ସାହୀ, କାଶିନିପଦର ପଞ୍ଚାୟତ ମାଝୀ ପଡ଼ା, ତରଘlବାଲି ,ଶାଶିପଦର ସେହି ପରି ଅନୁରୁ ଭାବରେ ପଲାବୃଡି ପଞ୍ଚାୟତ ର ବାଲିପଦର ଡମ୍ପ୍ଡିଆ ଆଦି ଅଞ୍ଚଳ ରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବକୁ ମିଳିଛି l ଫଳରେ ସେହି ଗ୍ରାମ ର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତିl କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ପାଇଁ ଲୋକେ ଭୟଭୀତ ହୋଇ ପଡିଛନ୍ତି l
ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବି ଏନ୍ ଡିଭିଜନ ର ସଚିବ ବିଜୟ ଲେଖାଯାଇଛି l ଫିରିଙ୍ଗିଆ ଥାନlପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପ କୁ ନିନ୍ଦା କରିଛି ସଙ୍ଗଠନ l ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ଼ କରୁଛି l ସରକାର ଗଞ୍ଜେଇ ଚାଷ କୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟର ରେ ଉଲ୍ଲେଖ ଅଛି l
ଏହି ଦାବୀରେ ମାଓ ସଙ୍ଗଠନ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା | ତେବେ ଏହି ବନ୍ଦ ଡ଼ାକରା ର କୌଣସି ପ୍ରଭାବ ପଡିନଥିବା ଦେଖିବକୁ ମିଳିଛି l ଅନ୍ୟପଟେ ଏହି ଘଟଣାପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଫିରିଙ୍ଗିଆ ଅଞ୍ଚଳ ରେ ମାଓ ସଙ୍ଗଠନ ପକ୍ଷରୁ ବାରଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଗାଡ଼ିର ଚଳାଚଳ ସ୍ବାଭାବିକ ଦେଖିବାକୁ ମିଳିଛି ।