ପୁଣି ମାଓବାହିନୀର ନୃଶଂସ କାଣ୍ଡ , ୨ ଜଣଙ୍କୁ ନିର୍ମମ ହତ୍ୟା

କିଛି ଦିନ ବ୍ୟବଧାନ ପରେ ପୁଣି ମାଓବାହିନୀର ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ ।

(କନ୍ଧମାଳ) : କିଛି ଦିନ ବ୍ୟବଧାନ ପରେ ପୁଣି ମାଓବାହିନୀର ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୂଚନାନୁଯାୟୀ, ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ମାଓବାଦୀମାନେ ଏହି ଅଞ୍ଚଳରେ ଭୋଟ୍ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନର ଲଗାଇଥିଲେ। ସେହିପରି ଗତ କିଛି ମାସ ତଳେ ସରପଞ୍ଚଙ୍କ ପୁଅକୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ। ନିକଟରେ ପୋଲିସ ଏସପି ମାଓ ପୋଷ୍ଟର ଲାଗିଥିବା ସ୍ତନକୁ ନଯିବାକୁ ପରାମର୍ଶ ଦେଇଛନ୍ତି ।