ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହଙ୍କର ଗତ ରାତିରେ ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ପରଲୋକ ହୋଇଛି। ମନମୋହନ ସିଂହଙ୍କ ବିୟୋଗ ଘଟଣାକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ୟ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।ଏବଂ ଆସନ୍ତାକାଲି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନମୋହନ ସିଂଙ୍କର ଓଡିଶା ସହ ଗଭୀର ସମ୍ପର୍କ ରହିଛି । ଯାହା ବହୁତ କମ ଲୋକେ ଜାଣନ୍ତି । ମନମୋହନ ୧୯୫୮ରେ ଗୁରଶରନ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଉପିନ୍ଦର ସିଂ, ଦାମନ ସିଂ ଏବଂ ଅମ୍ରିତ ସିଂ। ଝିଅ ଦାମନ ସିଂ ଜଣେ ଓଡିଆ ଆଇପିଏସ୍ ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ଦମନ ସିଂ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରେ ଅଧ୍ୟୟନ ଶେଷ କରି ଗୁଜୁରାଟର ଆଇଆରଏମଏରୁ ଗ୍ରାମୀଣ ପରିଚାଳନାରେ ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୧ ମସିହାରେ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଦାମନ ସ୍ୱାମୀ ଅଶୋକ ପଟ୍ଟନାୟକ ୧୯୮୩ ବ୍ୟାଚରୁ ଗୁଜୁରାଟ-କ୍ୟାଡର ଆଇପିଏସ ଅଧିକାରୀ। ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ସେ ୨୦୧୬ ରୁ ୨୦୧୮ ପର୍ୟ୍ୟନ୍ତ ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ (NATGRID) ର ସିଇଓ ଭାବରେ କାର୍ୟ୍ୟ କରିଥିଲେ। ଅପରାଧୀ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଟ୍ରାକିଂ ତଥା ମନିଟରିଂରେ ଉନ୍ନତି ଆଣିବା ପାଇଁ ଇଣ୍ଟେଲିଜେନ୍ସ ଗ୍ରୀଡ୍ ନେଟୱାର୍କରେ ପ୍ରମୁଖ ସଂସ୍କାରର ତଦାରଖ କରିବାରେ ଅଶୋକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅଶୋକ ପଟ୍ଟନାୟକଙ୍କ ବିଶିଷ୍ଟ କ୍ୟାରିୟର ତାଙ୍କୁ ୨୦୦୭ ରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ୍ ପଦକ ଅର୍ଜନ କରିଥିଲେ । ଜାନୁଆରୀ ୨୦୧୨ରେ ସିଂ ପରିବାର ଓଡ଼ିଶା ଗସ୍ତ କରିଥିଲେ, ମନମୋହନ ସିଂଙ୍କ ପତ୍ନୀ ଗୁରୁଶରଣ କୈାର ଭୁବନେଶ୍ୱରରେ ଅଶୋକଙ୍କ ପରିବାରକୁ ଯାଇଥିଲେ। ଯାହ ଦ୍ୱାରା ସିଂଙ୍କ ଓଡିଶା ସହ ସମ୍ପର୍କ ଅଧିକ ବ୍ୟକ୍ତିଗତ ହୋଇପାରିଛି। ସେ ଓଡିଶାର ନ ହୋଇ ବି ରାଜ୍ୟର ଖାଦ୍ୟ, ପରମ୍ପରା ଏବଂ ରୀତିନୀତି ପାଇଁ ଏକ ଦୃଢ ସମ୍ପର୍କ ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ତାଙ୍କ ଓଡିଶା ଗସ୍ତରେ ସେ ରାଜ୍ୟ ପ୍ରତି ତାଙ୍କର ପ୍ରଶଂସା ପ୍ରତିଫଳିତ କରିଥିଲେ।