ଗ୍ରୀଷ୍ମଦିନେ ଆମ୍ବର ମଜା : କିଲୋ ପିଛା ୨.୭ ଲକ୍ଷ
ଗ୍ରୀଷ୍ମ ଋତୁରେ ଯଦି ଅଧିକ କେଉଁ ଫଳ ଖାଇବାକୁ ଲୋକେ ବେଶି ପସନ୍ଦ କରନ୍ତି ତାହା ହେଲା ଫଳମାନଙ୍କ ରାଜା ଆମ୍ୱ।
(ଦିଲ୍ଲୀ) : ଗ୍ରୀଷ୍ମ ଋତୁରେ ଯଦି ଅଧିକ କେଉଁ ଫଳ ଖାଇବାକୁ ଲୋକେ ବେଶି ପସନ୍ଦ କରନ୍ତି ତାହା ହେଲା ଫଳମାନଙ୍କ ରାଜା ଆମ୍ୱ। ଭାରତରେ ଅଧିକାଂଶ ଲୋକ ଏହି ଫଳ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ଆମ ଦେଶରେ ବିଭିନ୍ନ ପ୍ରଜାତିର ଆମ୍ୱ ରହିଛି। ସେଗୁଡ଼ିକର ଦାମ୍ ମଧ୍ୟ ଭିନ୍ନ ହୋଇଥାଏ। ହେଲେ ଭାରତରେ ଏମିତି ଏକ ପ୍ରଜାତିର ଆମ୍ୱ ଉତ୍ପାଦନ ହେଉଛି ଯାହାର ଦାମ୍ ଜାଣିଲେ ଆପଣ ଅବାକ ହେଇଯିବେ । ଏହା ହେଉଛି ଜାପାନରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ଆମ୍ୱ।
ଭାରତୀୟ ବଜାରରେ ଏହି ପ୍ରଜାତିର ଆମ୍ୱର ମୂଲ୍ୟ ହେଉଛି ୨.୭ ଲକ୍ଷ ଟଙ୍କାରୁ ଅଧିକ। ଯେଉଁ ଆମ୍ବର ନାଁ ହେଉଛି ଟାଇୟୋ ନୋ ଟମ୍ୟାଙ୍ଗ’ । ଆମ୍ୱର ମୂଲ୍ୟ ଏତେ ଅଧିକ ରହିଥିବାରୁ ବଗିଚାର ସୁରକ୍ଷା ପାଇଁ ମାଲିକ ସିକ୍ୟୁରିଟି ଗାର୍ଡ ଓ କୁକୁର ରଖିଛନ୍ତି। ଏହି ଆମ୍ୱର ମୂଲ୍ୟ ଅଧିକ ହୋଇଥିବାରୁ ସାଧାରଣ ଲୋକ କ୍ରୟ କରିପାରନ୍ତି ନାହିଁ। ‘ ନା
ସୂଚନାନୁଯାୟୀ ,ଏହାର ଉତ୍ପାଦନ ପ୍ରଥମେ ମଧ୍ୟପ୍ରଦେଶ ଜବଲପୁରରେ ହେଉଛି। ଏହା ବ୍ୟତିତ ଜାପାନରେ ମଧ୍ୟ ଏହି ଆମ୍ୱ ଉତ୍ପାଦନ ହେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ବଗିଚା ହାଇ ଆଲର୍ଟ ଜନରେ ରହିଥାଏ। ଜବଲପୁରରେ ରହୁଥିବା ସଙ୍କଳ୍ପ ପରିହାର ଏହି ଆମ୍ୱ ଉତ୍ପାଦନ କରୁଛନ୍ତି। ସଙ୍କଳ୍ପ ଏହି ଆମ୍ୱର ସୁରକ୍ଷା ପାଇଁ ନିଜ ବଗିଚାରେ ୩ ଜଣ ଗାର୍ଡ ଓ ୯ ଟି କୁକୁର ରଖିଛନ୍ତି। ଏହି ଆମ୍ୱକୁ ‘ଏଗ ଅଫ ସନ୍’ ଅର୍ଥାତ ସୁର୍ଯ୍ୟଙ୍କ ଅଣ୍ଡା ମଧ୍ୟ କୁହାଯାଏ।