(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଉଜ୍ଜୈନର ପ୍ରସିଦ୍ଧ ନେବାଳୟଗୁଡିକ ମଧ୍ୟରେ ଭୈରବ ପର୍ବତ ମନ୍ଦିର ଅନ୍ୟତମ । ଏହାକ ଏକ ଶକ୍ତି ପୀଠ । ଏହି ମନ୍ଦିର ଶିପ୍ରା ନଦୀ କଳୂରେ ଥିବା ଭେହରବ ପାହାଡ଼ ଉପରେ ଅବସ୍ଥିତ । କିଂବଦନ୍ତି ଅନୁଯାୟୀ ସତୀ ମାତାଙ୍କ ଉଦ୍ଧ୍ୱର୍ ଓଷ୍ଠ ବା ଉପର ଓଠ, ଏଠାରେ ପଡ଼ିଥିଲା । ଏଠାରେ ମାତା ଅବନ୍ତା ରୂପରେ ଏବଂ ଶିବ ଲମ୍ବକର୍ଣ୍ଣ ଭାବେ ପୂଜାପାଉଛନ୍ତି । ସ୍ଥାନୀୟ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାତା ଏଠାରେ ଗଡ଼କାଳିକା । ଏଠାରେ ମାତାଙ୍କୁ ସର୍ବଦା ଲୋହିତ ବସ୍ତ୍ର ପିନ୍ଧାଯାଏ । ପ୍ରତି ଦିନ ସକାଳ ଓ ସନ୍ଧ୍ୟା ଛଅ ଘଣ୍ଟାରେ ଆରତି ହୁଏ । ଉଲ୍ଲେଖଯୋଗ୍ୟ ଯେ ଗୁଜରାତରେ ଗିରନାର ପର୍ବତ ନିକଟରେ ମଧ୍ୟ ଭୈରବ ନାମକ ପାହାଡ଼ ଅଛି । ଏହା ଉପରେ ଥିବା ମନ୍ଦିରକୁ ମଧ୍ୟ କେହି ଶକ୍ତି ପୀଠରେ ମାନ୍ୟତା ଦିଅନ୍ତି ।