ଆଶ୍ଚର୍ଯ୍ୟଜନକ ଘଟଣା ଟ୍ରେନ ଚକ ଉପରେ ବସି ଯାତ୍ରା କଲେ ୨୫୦ କିମି ବାଟ । ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ୟ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଏହି ଘଟଣା ଜଣାପଡିଥିଲା । ଟ୍ରେନ୍ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ କରୁଥିଲେ। ଉକ୍ତ ସମୟରେ ସେ ବଗି ତଳେ ଜଣେ ଯୁବକ ଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ଆଶ୍ଚର୍ୟ୍ୟ ହୋଇ ଯାଇତିବା ବେଳେ ଏନେଇ ତୁରନ୍ତ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଟ୍ରେନ୍ଟିକୁ ଅଟକା ଯାଇ ଯୁବକଙ୍କୁ ବାହାରକୁ ଅଣାଯାଇଥିଲା।
ଯେତେବେଳେ ରେଳ କର୍ମଚାରୀମାନେ ତାଙ୍କୁ ଏପରି ଯାତ୍ରା ବିଷୟରେ ପଚାରିଥିଲେ, ସେ ବିନା ଭୟରେ କହିଥିଲେ ଯେ ଟିକେଟ୍ କିଣିବା ପାଇଁ ତାଙ୍କ ପାଖରେ ପର୍ୟ୍ୟାପ୍ତ ଅର୍ଥ ନାହିଁ, ତେଣୁ ସେ ଏହି ରାସ୍ତା ବାଛିଲେ। ତେବେ ଟିକେଟ କାଟିବାକୁ ପାଖରେ ଟଙ୍କା ନଥିବାରୁ ଯୁବକ ଜଣକ ଏପରି ବିପଦପୂର୍ଣ୍ଣ ଯାତ୬ା ସମସ୍ତଙ୍କୁ ଚକିତ କରିଛି । କାରଣ ଟିକେ ହଲଚଲ ହେଲେ ଜୀବନ ଯିବାର ଭୟ ଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଯୁବକଙ୍କୁ ତୁରନ୍ତ କାବୁ କରି ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି।