ସ୍ତ୍ରୀ ଓ ୫ବର୍ଷ ପୁଅକୁ ହତ୍ୟାକଲା ନିଶାସକ୍ତ ସ୍ୱାମୀ

ଜୟପୁର, ୧୪/୦୫ : ସ୍ତ୍ରୀ ଓ ୫ବର୍ଷର ପୁଅକୁ ହତ୍ୟା କଳା ନିଶାସକ୍ତ ସ୍ୱାମୀ । ଏଭଳି ଘଟଣା ଘଟିଛି କୋରାପୁଟ ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ । ନିଶାସକ୍ତ ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀ ଏବଂ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ ସମ୍ପୃକ୍ତ ସ୍ୱାମୀଙ୍କୁ ବାନ୍ଧି ରଖି ବିସିଂହପୁର ପୋଲିସକୁ ଖବର ଦେଇଥିଲେ । ମୃତ ମହିଳା ହେଲେ ଡମୁଣି ମୁଦୁଲି ଏବଂ ମୃତ ପୃତ୍ର ପବୁଲୁ ମୁଦୁଲି । ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ପୋଲିସ କାବୁ କରି ଥାନାକୁ ନେଇଛି । ଏହାସହ ସାଇଣ୍ଟିଟିଫିକ ଟିମ୍ କୁ ଖବର ଦିଆଯାଇଛି । ଏହାସହ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ ହୋଇଥିବା ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।