ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟ ଶାଖା ତରଫରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କନଷ୍ଟେବଳଙ୍କ ପରିବାରକୁ ଦୁର୍ଘଟଣା ଜନିତ ବୀମାରାଶି ପ୍ରଦାନ । ଜିଲ୍ଲା ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସ୍ଵର୍ଗତ ବୁଦ୍ରା ଦୋରାଙ୍କ ବିଧବା ପତ୍ନୀ କୁସୁମ ଦୋରାଙ୍କୁ ୪୦ ଲକ୍ଷ ଟଙ୍କାର ଚ୍ୟାକ ପ୍ରଦାନ କରିଥିଲେ ।

ତେବେ ବର୍ତ୍ତମାନ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କରେ ପୋଲିସ ସାଲାରୀ ପ୍ୟାକେଜ ଅଧିନରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧କୋଟି ଏବଂ ସାଧାରଣ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ବିନୋଦ କୁମାର ବିଷୋୟୀ ଆୟୋଜନ କରିଥିଲେ । LDM ଚକ୍ରଧର ନାୟକ ଏବଂ ସହ ପରିଚାଳକ ସୌମ୍ୟ ରଞ୍ଜନ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ ।