୪ ବଲରେ ୪ ୱିକେଟ ନେଇ ୨ୟ ରେକର୍ଡ କଲେ ମାଲିଙ୍ଗା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୟର୍କରମ୍ୟାନ ଭାବେ ପରିଚିତ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା କ୍ରିକେଟ ପୁଣି ଏକ ରେକର୍ଡ ପରି ଚର୍ଚ୍ଚାର ସରବ୍ୟ ହୋଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ୪ଟି ବଲରେ ୪ଟି ୱିକେଟ ନେଇଛନ୍ତି ମାଲିଙ୍ଗା। ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚରେ ଏହି ରେକର୍ଡ କରିଛନ୍ତି । ୧୨ ବର୍ଷ ପୂର୍ବେ ସେ ଆଇସିସି ବିଶ୍ୱକପରେ ପ୍ରଥମ ରେକର୍ଡ କରିଥିଲେ ।
ପଲ୍ଲେକଲରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଥିବା ତୃତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ଟି ୱିକେଟରେ ୧୨୫ ରନ କରିଥିଲା । ଏହା ନ୍ୟୁଜିଲାଣ୍ଡ ପାଇଁ ସହଜ ବିଜୟ ଲକ୍ଷ୍ୟ ଥିଲା । ନ୍ୟୁଜିଲାଣ୍ଡ ପୂର୍ବରୁ ୨ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇସାରିଥିଲା । କିନ୍ତୁ ନ୍ୟୁଜିଲାଣ୍ଡର ସମସ୍ତ ଗଣିତକୁ ମାଲିଙ୍ଗା ବିଫଳ କରିଦେଲେ କ୍ରମାଗତ ୪ଟି ବଲରେ ନ୍ୟୁଜିଲାଣ୍ଡର ୪ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ । ମାଲିଙ୍ଗା ନିଜର ଦ୍ୱିତୀୟ ଓଭରର ତୃତୀୟ ବଲରେ ମୁନରୋଙ୍କୁ ଶିକାର କରିଥିଲେ । ଏହା ପେର ହାମିଶଙ୍କୁ ଏଲବିଡବ୍ଲୁ କରିଥିଲେ । ପଞ୍ଚମ ବଲରେ ଗ୍ରାଣ୍ଡହୋମ ଓ ଶେଷ ବଲରେ ଟେଲରଙ୍କୁ ଆଉଟ କରିଥିଲେ । ଫଳରେ ଅନ୍ତିମ ଟି-୨୦କୁ ଶ୍ରୀଲଙ୍କା ୩୭ ରନରେ ହାତେଇବାରେ ସକ୍ଷମ ହୋଇଛି । ମାଲିଙ୍ଗାଙ୍କ ରେକର୍ଡକୁ ନେଇ ଆଇସିସି ଶୁଭେଚ୍ଛା ଜଣାଇଛି ।